Author: TRUPTIMAYEE SAHOO

ୟାସିନ ମଲିକର ୮୫ ପୃଷ୍ଠାର ସତ୍ୟପାଠ ଦ୍ୱାରା ହଟଚମଟ ସୃଷ୍ଟି ହୋଇଛି। ସତ୍ୟପାଠରେ ୟାସିନ ମଲିକ ଅନେକ ଚାଞ୍ଚଲ୍ୟକର ଦାବି କରିଛି। ଏହାରି ଭିତରେ ୟାସିନ ମଲିକ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ୟାସିନ ମଲିକ ଏକଦା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ଆଗରେ ନିଜ ଜୀବନ ପାଇଁ ଭିକ୍ଷା ମାଗିଥିଲା। କାନ୍ଦି କାନ୍ଦି ତାକୁ ଛାଡ଼ି ଦେବାକୁ ହାଫିଜ ସଇଦକୁ ଅନୁରୋଧ କରିଥିଲା । ସୂଚନାଯୋଗ୍ୟ ଯେ, ୟାସିନ ମଲିକ ଜଣେ କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା। ମଲିକ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ)ର ମୁଖ୍ୟ। ଏହା ଏକ ନିଷିଦ୍ଧ ସଂଗଠନ। ସେ ବର୍ତ୍ତମାନ ଜେଲରେ ବନ୍ଦୀ ଅଛି ଏବଂ ଆଜୀବନ କାରାଦଣ୍ଡ ଭୋଗୁଛି । ଏନଡିଟିଭି ଅନୁସାରେ, ଏହି ଘଟଣା ୨୦୧୩ ମସିହାର, ଯେତେବେଳେ ଜମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଅସ୍ଥିରତାରେ ପୂର୍ଣ୍ଣ ଥିଲା। ସେହି ସମୟରେ ୟାସିନ ମଲିକ ପାକିସ୍ତାନୀ…

Read More