Author: TRUPTIMAYEE SAHOO

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‍ ଲଗାଇଛି । ଏହି ପରିପ୍ରେକ୍ଷୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ବୁଦ୍ଧିମାନ ନେତା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ନିଜ ଦେଶ ବିଷୟରେ ଚିନ୍ତା କରନ୍ତି । ପୁତିନଙ୍କ ଏହି ବୟାନ ପୂର୍ବତନ ଭାରତୀୟ କୂଟନୈତିକଙ୍କୁ ପସନ୍ଦ ଆସିନାହିଁ ଏବଂ ସେମାନେ ଦାବି କରିଛନ୍ତି ଯେ ପୁତିନଙ୍କ ଏଭଳି ବୟାନ ଭାରତର ସ୍ବାର୍ଥକୁ ହାନି ପହଞ୍ଚାଇ ପାରେ । ସମାଚାର ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତ୍‍କାରରେ ପୂର୍ବତନ ଭାରତୀୟ କୂଟନୀତିଜ୍ଞ କେପି ଫାବିଆନ କହିଛନ୍ତି, ‘ଆମେରିକା ସହିତ ଆମର ମତଭେଦ ବାବଦରେ ରୁଷ ରାଷ୍ଟ୍ରପତିଙ୍କ ସାର୍ବଜନୀନ ଟିପ୍ପଣୀକୁ ମୁଁ ପସନ୍ଦ କରୁନାହିଁ । ସେ ଆମକୁ ଏମିତି ଖୋଲା ସମର୍ଥନ କରିବା ଆମ ସ୍ୱାର୍ଥ ବିରୋଧୀ। ରୁଷ ଓ ଚୀନଠାରୁ ଆମେ ସମର୍ଥନ ପାଇବା,…

Read More