Author: TRUPTIMAYEE SAHOO

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ଥାପନାର ୧୦୦ ବର୍ଷ ପୂରଣ ହୋଇଛି। ୧୯୨୫ ମସିହାରେ ବିଜୟାଦଶମୀ ଦିନ ଡକ୍ଟର କେଶବ ବଳିରାମ ହେଡ଼ଗେୱାରଙ୍କ ନେତୃତ୍ୱରେ ନାଗପୁରରେ ଏହାର ସ୍ଥାପନା ହୋଇଥିଲା। ତାରିଖ ଥିଲା ୨୭ ସେପ୍ଟେମ୍ବର। ତେବେ ସଂଘ ନିଜର ସ୍ଥାପନା ଦିବସ ବିଜୟାଦଶମୀରେ ହିଁ ପାଳନ କରେ। ଏହି ବର୍ଷ ବିଜୟାଦଶମୀରେ ଶତାବ୍ଦୀ ବର୍ଷ ଉତ୍ସବ ଆରମ୍ଭ ହୋଇଛି, ଯାହା ଦୁଇ ବର୍ଷ ଧରି ଚାଲିବ। ଶହେ ବର୍ଷ ପରେ ସଂଘ ଏବେ ବିଶାଳ ବଟବୃକ୍ଷ। ବିଶ୍ୱର ସବୁଠାରୁ ବଡ଼ ସ୍ୱୟଂ ସେବକ ସଂଗଠନ । ସଂଘ ପରିବାରରୁ ଜନ୍ମ ନେଇଛନ୍ତି ଅନେକ ସଂଗଠନ। ଯେଉଁ ସଂଗଠନ ସବୁ ଦେଶର ରାଜନୀତି ଓ ସମାଜରେ ଆଣିଛନ୍ତି ପରିବର୍ତ୍ତନ। ଆପଣ ସଂଘକୁ ଭଲ ପାଆନ୍ତୁ କି ଘୃଣା କରନ୍ତୁ, ଆପଣ କିନ୍ତୁ ସଂଘର ପ୍ରଭାବରୁ ଅଛୁଆଁ ନୁହନ୍ତି। କେମିତି ନା କେମିତି ସଂଘ ଆପଣଙ୍କ ଜୀବନକୁ ପ୍ରଭାବିତ କରୁଛି। ଆରଏସଏସରୁ ଅନେକ…

Read More