Author: TRUPTIMAYEE SAHOO

ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀ ଗଣଧର୍ଷଣ ଏବେ ପରମ୍ପରାରେ ପରିଣତ ହୋଇଛି। ଅତୀତ ଘଟଣାରୁ ପଶ୍ଚିମବଙ୍ଗର ମମତା ସରକାର କିଛି ଶିଖୁନଥିବାରୁ ରାଜ୍ୟରେ ଡାକ୍ତରୀ ଛାତ୍ରୀମାନଙ୍କ ଉପରେ ଗଣଧର୍ଷଣ ମାମଲା ବନ୍ଦ ହେବାର ନାଁ ଧରୁନାହିଁ। ଏଥର ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀ ଗଣଧର୍ଷଣର ଶିକାର ହୋଇଛନ୍ତି। ଗତ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ କଲେଜ କ୍ୟାମ୍ପସ ବାହାରେ ଅଜଣା ବ୍ୟକ୍ତିମାନେ ଓଡ଼ିଶାର ଜଣେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓଡ଼ିଶାର ଜଳେଶ୍ୱରର ଏହି ୨୦ ବର୍ଷୀୟ ଛାତ୍ରୀ ଜଣକ ରାତି ପ୍ରାୟ ୧୦ଟା ସମୟରେ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ ପାଇଁ ବାହାରକୁ ଯାଇଥିଲେ। ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀ। ଓଡ଼ିଶାର ଜଳେଶ୍ୱରର ଏହି ଡାକ୍ତରୀ ଛାତ୍ରୀ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି, ଜଣେ ପୋଲିସ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ପୋଲିସ ଶନିବାର କହିଛି ଯେ…

Read More