Author: TRUPTIMAYEE SAHOO

ଆନ୍ତଃରାଜ୍ୟ ନଦୀ ସଂଯୋଗକରଣ ଯୋଜନାରେ ସରକାରଙ୍କ ଦ୍ଵାରା ୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ହେଲେ ମୟୂରଭଞ୍ଜ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀକୁ ଯୋଜନାଭୁକ୍ତ କରାଯାଇ ନାହିଁ। ଏହାକୁ ନେଇ ଚାଷୀ ଓ ପରିବେଶବିତ୍ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୨-୨୫ରୁ ୨୦୨୯-୩୦ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃରାଜ୍ୟ ନଦୀ ସଂଜୀକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ୧,୨୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନ । ଏହା ମଧ୍ୟରେ ରହିଛି କାଟ୍ରା ଲିଙ୍କ୍ ପ୍ରୋଜେକ୍ଟ (କଂସପାଳ ଆଇଏସ୍ଏସ୍‌ରୁ ଫିଡର୍ ଚ୍ୟାନେଲ୍), ବଂଶଧାରା-ଋଷିକୁଲ୍ୟା (ନନ୍ଦିନୀ ନାଳ) ଇଣ୍ଟର୍‌ଲିଙ୍କ, ହୀରାଧରବତୀ ଫ୍ଲଡ୍ ଫ୍ଲୋ ଚ୍ୟାନେଲ୍, ବାହୁଡା ତାମ୍ପରା ଲିଙ୍କ୍, ଏବଂ ସୁକତେଲ ଗାର୍ଲଣ୍ଡ କେନାଲ ଓ ତେଲେଙ୍ଗିରି ଉପର କୋଲାବ୍ ପିଏସ୍‌ପି । ହେଲେ ପ୍ରତିବର୍ଷ ଏକାଧିକ ଥର ବନ୍ୟା ଆସି ମୟୂରଭଞ୍ଜ ଓ ବାଲେଶ୍ଵରର…

Read More