Author: TRUPTIMAYEE SAHOO

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ ନ କରି ଟାଟା ପାୱାର ଏବେ ରାଜ୍ୟ ସରକାରଙ୍କୁ ବଦନାମ କରୁଛି। ଏଥିପାଇଁ ବିରୋଧୀଦଳ ସରକାରଙ୍କୁ ସମାଲୋଚନା କରିବାକୁ ବି ପଛାଉ ନାହିଁ। ଏହି ଯୋଜନା ରାଜ୍ୟରେ ଅତ୍ୟନ୍ତ କଚ୍ଛପ ଗତିରେ ଚାଲିଥିବାବେଳେ ହିତାଧିକାରୀଙ୍କ ସଂଖ୍ୟା ୧୫ ହଜାର ବି ଟପି ପାରିନାହିଁ। ଲୋକଙ୍କୁ ମାଗଣା ବିଜୁଳି ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଛି ପିଏମ୍ ସୂର୍ଯ୍ୟଘର ଯୋଜନା। ସୌର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲୋକେ ଏହି ଯୋଜନାରେ ମାଗଣା ବିଜୁଳି ପାଇପାରିବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ସବସିଡି ଯୋଗାଇ ଦେଉଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବାର ଭାର ରହିଛି ଓଡ଼ିଶାରେ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ହାତରେ। ହେଲେ ଟାଟା ପାୱାର କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଏବେ ପ୍ରକାର ଅମନଯୋଗୀ ହେବାରୁ ସରକାର ଏବେ ବଦନାମ…

Read More