Author: TRUPTIMAYEE SAHOO

ଆଫଗାନିସ୍ତାନ ସହିତ ଚାଲିଥିବା ବିବାଦ ପାଇଁ ପାକିସ୍ତାନ ଭାରତକୁ ଦାୟୀ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଛନ୍ତି ଯେ ତାଲିବାନ ଶାସନ ଭାରତର ନିର୍ଦ୍ଦେଶରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ବିବାଦକୁ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସାମ୍ପ୍ରତିକ ଭାରତ ଗସ୍ତ ସହିତ ଯୋଡ଼ିଛନ୍ତି। ସରିଫ କହିଛନ୍ତି ଯେ ତାଲିବାନ ବୈଦେଶିକ ମନ୍ତ୍ରୀ ଭାରତରେ ଥିବା ସମୟରେ ପାକିସ୍ତାନ ଉପରେ ଆକ୍ରମଣ ହୋଇଥିଲା। “ଏପରି ପରିସ୍ଥିତିରେ, ଆମେ ଏକ ବ୍ୟାପକ ଜବାବ ଦେବାକୁ ବାଧ୍ୟ ହୋଇଥିଲୁ,” । ସରିଫଙ୍କ ପୂର୍ବରୁ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ମଧ୍ୟ କହିଥିଲେ ଯେ ତାଙ୍କ ଦେଶ ଉପରେ ଆଫଗାନିସ୍ତାନ ତାଲିବାନ ଆକ୍ରମଣ ପଛରେ ଭାରତ ଅଛି। ଶାହବାଜ ସରିଫ ଆଫଗାନିସ୍ତାନ ସହିତ ବିବାଦ ବିଷୟରେ କହିଛନ୍ତି, “ସାମ୍ପ୍ରତିକ ମାସଗୁଡ଼ିକରେ ପାକିସ୍ତାନୀ ଅଧିକାରୀମାନେ ଅନେକ ଥର କାବୁଲ ଗସ୍ତ କରିଥିଲେ। ପାକିସ୍ତାନ ପାରସ୍ପରିକ ଚୁକ୍ତି…

Read More