Author: TRUPTIMAYEE SAHOO

ବ୍ରିଟିଶ ଶାସନ ସମୟରେ ଉନ୍ନବିଂଶ ଶତାବ୍ଦୀରେ ବାଲେଶ୍ଵର ବନ୍ଦର ବାଣିଜ୍ୟ କାରବାର ପାଇଁ ଖୁବ ଚଳ ଚଞ୍ଚଳ ଥିଲା । ସ୍ଵାଧୀନତା ପ୍ରାପ୍ତି ବେଳକୁ ବି ଓଡ଼ିଶାରେ ବ୍ୟବସାୟ ବାଣିଜ୍ୟର ଏକ ସମୃଦ୍ଧ ପରମ୍ପରା ଥିଲା । କଂସା ପିତ୍ତଳ ପାଇଁ ରେମୁଣା ବ୍ୟତୀତ ବାଳକାଟୀ ଓ କଣ୍ଟିଲୋ ପ୍ରସିଦ୍ଧ ଥିଲା। ସେହି ସମୟ ବେଳକୁ ସମ୍ବଲପୁର ଓ ବ୍ରହ୍ମପୁର ପାଟ ଶାଢୀ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା ଓ ଏସବୁ ରପ୍ତାନୀ ବି ହେଉଥିଲା। ଔପନିବେଶିକ ସାମ୍ରାଜ୍ୟବାଦର ନକାରାତ୍ମକ ପ୍ରଭାବ ହେତୁ ଏହି ବ୍ୟବସାୟ ପତନମୁଖୀ ହୋଇଥିଲା। ଏହିଭଳି ଛୋଟ ଛୋଟ କୁଟୀରଶିଳ୍ପ ବ୍ୟତୀତ ଓଡ଼ିଶାରେ କୌଣସି ଶିଳ୍ପାୟନ ହୋଇପାରି ନଥିଲା । ୧୮୫୪ ମସିହାରେ ଜେମ୍ସ ଭି. ମିଞ୍ଚିନଙ୍କ ଦ୍ୱାରା ଆସ୍କା ଠାରେ ଏକ ଚିନି କାରଖାନା ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶାର କେତେକ କେନ୍ଦ୍ରରେ ସୂତା ଏବଂ ତେଲ କାରଖାନା ଥିଲା। ୧୯୩୭ ମସିହାରେ ବାରଙ୍ଗରେ ଏକ ଛୋଟ…

Read More