Author: TRUPTIMAYEE SAHOO

ଭୌଗୋଳିକ ସ୍ଥିତି, ନିର୍ଦ୍ଦିଷ୍ଟ ଭୌଗୋଳିକ ବୈଶିଷ୍ଟ୍ୟ ଏବଂ ସ୍ଥିର ଜଳବାୟୁଗତ ଢାଞ୍ଚା ଯୋଗୁଁ ଓଡ଼ିଶାକୁ ପ୍ରାୟତଃ “ବାତ୍ୟା ପ୍ରଭାବିତ ରାଜ୍ୟ” କୁହାଯାଏ । ଏହି ରାଜ୍ୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହୋଇଥାଏ ଏହାର ବାତ୍ୟା ଇତିହାସ ବହୁ ପୁରୁଣା ।  ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିଶେଷକରି ୧୯୯୯ର ବିନାଶକାରୀ ଘୂର୍ଣ୍ଣିବଳୟ ସହିତ ରାଜ୍ୟର ଦୁଃଖଦ ଇତିହାସ ରହିଛି , ଏହା ପରେ ପରେ ମଧ୍ୟ ରାଜ୍ୟ ଅନେକ ଛୋଟ ବଡ଼ ବାତ୍ୟାର ସମ୍ମୁଖିନ ହୋଇଛି । ଭୌଗୋଳିକ ଏବଂ ଜଳବାୟୁଗତ କାରଣ ବଙ୍ଗୋପସାଗରରେ ଅବସ୍ଥିତି: ଓଡ଼ିଶା ଭାରତର ପୂର୍ବ ଉପକୂଳ ବଙ୍ଗୋପସାଗର ସୀମାନ୍ତରେ ଅବସ୍ଥିତ। ବଙ୍ଗୋପସାଗରର ଉଷ୍ମ ପୃଷ୍ଠ ତାପମାତ୍ରା , ନିମ୍ନ ଲବଣାକ୍ତତା ଘୂର୍ଣ୍ଣିବଳୟ ଗଠନ ଏବଂ ତୀବ୍ର ହେବା ପାଇଁ ଏକ ଆଦର୍ଶ ପରିବେଶ ପ୍ରଦାନ କରେ। ବଙ୍ଗୋପସାଗର ବିଶ୍ୱର ସବୁଠାରୁ ସକ୍ରିୟ ଘୂର୍ଣ୍ଣିବଳୟ ଅଞ୍ଚଳ ମଧ୍ୟରୁ ଗୋଟିଏ । ଅନନ୍ୟ ଉପକୂଳ ବକ୍ରତା: ଓଡ଼ିଶା ଏପରି ଏକ ସ୍ଥାନରେ…

Read More