Author: TRUPTIMAYEE SAHOO

ଯେତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲେ ସୁଦ୍ଧା ଭାରତ ସହ ଚୀନ୍‌ର ସୀମା ବିବାଦ ତୁଟିପାରୁ ନାହିଁ। ଭାରତ ସହ ସମ୍ପର୍କ ଉନ୍ନତ କରିବାକୁ ଚୀନ୍‌ ଉପରଠାଉରିଆ ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି। ଚୀନ ଇତିମଧ୍ୟରେ ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରିଥିବା ଉପଗ୍ରହ ଚିତ୍ରରୁ ପ୍ରମାଣ ମିଳିଛି। ଏହି ଘାଟିରେ ୩୬ଟି ଲଢୁଆ ବିମାନ ରହିବା ଭଳି ହ୍ୟାଙ୍ଗର ବ୍ୟବସ୍ଥା କରାଯାଇଛି। ଅରୁଣାଚଳର ତାୱାଙ୍ଗ ସହରଠାରୁ ମାତ୍ର ୧୦୭ କିମି ଦୂର ତିବ୍ବତର ଲୁନ୍‌ଝେ ପ୍ରଦେଶରେ ଏହି ବାୟୁସେନା ଘାଟି ନିର୍ମାଣ କରାଯାଇଥିବା ପ୍ରକାଶ। ଏହି ଘାଟିରେ ଲଢୁଆ ବିମାନ ମୁତୟନ ବ୍ୟବସ୍ଥା କରାଯାଇଥିବାବେଳେ ଏକ ପ୍ରଶାସନିକ ବ୍ଲକ ମଧ୍ୟ ନିର୍ମାଣ କରାଯାଇଛି। ଏହି ଘାଟିରୁ ଡ୍ରୋନ ଆକ୍ରମଣର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଘାଟି କାର୍ଯ୍ୟକ୍ଷମ ହେବାଫଳରେ ଭାରତ ଅସୁବିଧା ସ୍ଥିତିରେ ପହଞ୍ଚିଛି।…

Read More