Author: TRUPTIMAYEE SAHOO

ଡିଏଭି ଚନ୍ଦ୍ରଶେଖରପୁର ପକ୍ଷରୁ ସୋମବାର ଦଶମ ଶ୍ରେଣୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦଶମ ଶ୍ରେଣୀରେ ଉଲ୍ଲେଖନୀୟ ମେଧା ପ୍ରଦର୍ଶନ ନିମନ୍ତେ ଏକାଦଶ ଶ୍ରେଣୀର ଛାତ୍ରୀ ଅକ୍ଷଧା ମିଶ୍ରଙ୍କୁ ସ୍ୱତନ୍ତ୍ର ଅଲୋକେନ୍ଦୁ ପଟ୍ଟନାୟକ ମେମୋରିଆଲ ଆୱାର୍ଡରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ ସନ୍ତୋଷ କୁମାର ଶତପଥୀ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ, ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ସାହୁ, ଡିଏଭି କଳିଙ୍ଗନଗର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା, ପାଟନା ଡିଏଭି ଅଧ୍ୟକ୍ଷା ଭାରତୀ ନାୟକଙ୍କ ସମେତ ଡିଏଭିର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ । ମେମୋରିଆଲ ଆୱାର୍ଡ ପ୍ରଦାନ କରିଥିଲେ ଗାୟତ୍ରୀ ପଟ୍ଟନାୟକ ଏବଂ ଅରବିନ୍ଦ ପଟ୍ଟନାୟକ । ଏହି ଅବସରରେ ଅକ୍ଷଧାଙ୍କୁ ସ୍ମୃତିଫଳକ, ପ୍ରମାଣପତ୍ର ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସଭାରେ ଅକ୍ଷଧାଙ୍କ ବାପା ବିଶ୍ୱଭୂଷଣ ମିଶ୍ର, ମା’ ଇପ୍ସିତା ମିଶ୍ରଙ୍କୁ…

Read More