Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଗୋଟିଏ ପଟେ ଏହା ୮ମ ବେତନ କମିଶନ ଗଠନକୁ ଅନୁମୋଦନ କରିଛି। ଅନ୍ୟପଟେ ଏହା ଚାଷୀଙ୍କ ପାଇଁ ୩୭୯୫୨ କୋଟିର ସାର ସବସିଡି ପାଇଁ ପଥ ପରିଷ୍କାର କରିଛି। ୨୦୨୫-୨୬ ରବି ଋତୁ (ଅକ୍ଟୋବର ୧, ୨୦୨୫ ରୁ ମାର୍ଚ୍ଚ ୩୧, ୨୦୧୬) ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (P&K) ସାର ଉପରେ ପୁଷ୍ଟିକର ଆଧାରିତ ସବସିଡି (NBS) ହାରକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ DAP (ଡାଇ-ଆମୋନିୟମ୍ ଫସଫେଟ୍) ଏବଂ NPKS (ନାଇଟ୍ରୋଜେନ୍, ଫସଫରସ୍, ପୋଟାସ୍, ସଲଫର) ଭଳି ସାର ଉପଲବ୍ଧ କରାଇବ। ୨୦୨୫-୨୬ ରବି ଋତୁ ପାଇଁ ଆନୁମାନିକ ବଜେଟ ଆବଶ୍ୟକତା ପ୍ରାୟ ୩୭,୯୫୨.୨୯ କୋଟି, ଯାହା ୨୦୨୫ ଖରିଫ୍ ଋତୁ ତୁଳନାରେ ପ୍ରାୟ ୭୩୬ କୋଟି ଅଧିକ। ସାର ବିଭାଗର ଏକ ପ୍ରସ୍ତାବ ଉପରେ ଏହି ଅନୁମୋଦନ…

Read More