Author: TRUPTIMAYEE SAHOO

ରାଜ୍ୟରେ ଉପ ନିର୍ବାଚନ ନୂଆ ନୁହେଁ କିନ୍ତୁ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ଉପ ନିର୍ବାଚନ ଯାହାକୁ ବିଜେପି ଶାସନର ତନ୍ତ୍ର- ଯନ୍ତ୍ର- ମନ୍ତ୍ର ଦ୍ୱାରା ପରିଚାଳନା କରାଯାଉଛି। ଏଥିରେ ତିନିଟି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଉପସ୍ଥିତ ରହିଛନ୍ତି। ସମୁଦାୟ ଭୋଟ ତନ୍ତ୍ରଟି ଏବେ ନୂଆପଡ଼ା ଭିତର ଏବଂ ବାହାରି ନେତାଙ୍କ ଦ୍ୱାରା କ୍ରିୟାଶୀଳ ହୋଇଛି। ପ୍ରତିଦିନ କୌଣସି ନା କୌଣସି କୋଣରେ ବଡ଼ ମଞ୍ଚରୁ ବଡ଼ ନେତା ଭାଷଣ ଦେଉଛନ୍ତି ଆଉ ଗଳି କନ୍ଦିରେ କେତେବେଳେ ଯୁବକମାନଙ୍କ ବାଇକ ରାଲି ତ ମହିଳାମଣ୍ଡଳିଙ୍କ ଶୋଭାଯାତ୍ରା ଅଥବା ପ୍ରାର୍ଥୀଙ୍କ ଭୋଟ ଭିକ୍ଷା ଦେଖିବାକୁ ମିଳୁଛି।  ୨୦୨୪ରେ ପାଣ୍ଡିଆନବାଦ୍‍କୁ ସମର୍ଥନ କରିଥିଲା ନୂଆପଡ଼ା ନୂଆପଡ଼ାରେ ଗତ ନିର୍ବାଚନ ବେଶ ରୋଚକ ଥିଲା। ସରକାରରେ ଥିବା ବିଜେଡିକୁ ଏହି ନିର୍ବାଚନ ବିଧାନସଭାରେ ସଙ୍କୁଚିତ କରି ବିରୋଧୀ ଦଳ ଆସନରେ ବସାଇଥିଲା। ଏହି…

Read More