Author: TRUPTIMAYEE SAHOO

ବିରୋଧୀଦଳ ନେତା ଓ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଅଣାଅସି ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଓଡ଼ିଶାର ରାଜନୀତିରେ ଗତ ୨୫ ବର୍ଷ ଧରି ତାଙ୍କର ଥିବା ଅସାଧାରଣ ପ୍ରଭାବକୁ ଅସ୍ୱୀକାର କରି ହେବ ନାହିଁ। କିନ୍ତୁ ସମୟ ଓ ଶାରିରିକ ସୀମା କାହାକୁ ଛାଡ଼େ ନାହିଁ। ନବୀନ ଆଜି ଶାରିରିକ ଭାବେ ଅସୁସ୍ଥ, ଦୁର୍ବଳ ଓ କ୍ଳାନ୍ତ। ନୂଆପଡ଼ା ଉପନିର୍ବାଚନ ପ୍ରଚାର ସମୟରେ ତାଙ୍କର ହେଲିକପ୍ଟର ଚଢ଼ିବାରେ ଅସୁବିଧା, ଚାଲିବାରେ ଅସୁବିଧା-ଏହା ଦେଖି ଜନମାନସରେ ଏକ ଗଭୀର ଆଲୋଚନା ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି- ଏହା କ’ଣ ରାଜନୀତିର ଅବିରତ ପ୍ରୟାସ, ନା କି ଏକ ବୃଦ୍ଧ ନେତାଙ୍କୁ ମାନସିକ ଓ ଶାରିରିକ ଚାପରେ ରଖିବାର ନିର୍ଦ୍ଦୟ ଅଭିନୟ? ନୂଆପଡ଼ା ଦୃଶ୍ୟ: ଦୃଶ୍ୟରେ ଦେହ, ଅଦୃଶ୍ୟରେ ବେଦନା ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ସଭାର ଭିଡ଼ିଓ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତାଙ୍କୁ…

Read More