Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ମଞ୍ଚ ଏବେ କେବଳ ଓଡ଼ିଶାର ନେତାମାନଙ୍କ ମଧ୍ୟରେ ନୁହେଁ, ଛତିଶଗଡ଼ର ରାଜନୀତିକ ନେତାମାନେ ମଧ୍ୟ ଜୋରଦାର ଭାବେ ଦେଖା ଯାଉଛନ୍ତି। ସୀମାପାର ରାଜନୀତିର ଏହି ଦୃଶ୍ୟ ନୂଆପଡ଼ାର ଭୂଗୋଳ, ଭାଷା ଓ ଲୋକସଂସ୍କୃତି ସହ ଗଭୀର ସମ୍ପର୍କ ରଖେ। ଭୋଟରମାନେ ଏଠାରେ ଓଡ଼ିଆ ସହ ଛତିଶଗଡ଼ୀ ଓ କୋଶଳୀ ଭାଷାରେ ଅଧିକ ପାରଦର୍ଶୀ, ଯାହାକୁ ବିଜେପି ଓ କଂଗ୍ରେସ ଦୁହେଁ ଏବେ ସ୍ପଷ୍ଟ ଭାବେ ରାଜନୀତିକ ରଣନୀତି ଭାବରେ ବ୍ୟବହାର କରୁଛନ୍ତି। ଭାଷା ଓ ଭୋଟର ମନୋଭାବ ନୂଆପଡ଼ା ଓ ତାହାର ଆଖପାଖ ଅଞ୍ଚଳ ଛତିଶଗଡ଼ ସୀମା ସହିତ ଗାଢ଼ ସମ୍ପର୍କ ରଖିଥିବାରୁ ଏଠାରେ ଲୋକମାନଙ୍କ ଦୈନନ୍ଦିନ ଭାଷା ହେଉଛି ଛତିଶଗଡ଼ୀ, ଲରିଆ ଓ କୋଶଳୀ। ନୂଆପଡ଼ା ବ୍ଲକ୍ ଓ ନୂଆପଡ଼ା ଏନ୍‌ଏସିରେ ଓଡ଼ିଆ ଭାଷା ବାଦ୍ ହିନ୍ଦୀ ଓ ଲରିଆ ଭାଷାର ବହୁଳ ବ୍ୟବହାର ରହିଛି। ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଯାଇଥିବା ନେତାମାନେ ଏହି ଭାଷାରେ କଥା…

Read More