Author: TRUPTIMAYEE SAHOO

             ଭାସ୍କର ପରିଚ୍ଛ। ଭୁବନେଶ୍ୱରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ବିସ୍ତୀର୍ଣ୍ଣ ପରିସର ଓଡ଼ିଶାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ରୂପକ । କ’ଣ ସୂଚାଉଛି ଏହି ରୂପକ? ପୁରୁଣା, ଉଚ୍ଚାଭିଳାଷୀ ଆଉ ନିଜକୁ ପୁନଃ- ଉଦ୍ଭାବନ କରିବାର ଲକ୍ଷ୍ୟ। ରେଭେନ୍ସା ଏବଂ ବ୍ରହ୍ମପୁରଠାରୁ ଆରମ୍ଭ କରି ରାଉରକେଲା ଏବଂ କୋରାପୁଟର ନୂତନ ଯୁଗର ବୈଷୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ – ରାଜ୍ୟରେ ଉଚ୍ଚ ଶିକ୍ଷା ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି ସତ କିନ୍ତୁ ଏଥିରେ ଗୋଟିଏ ବିଡ଼ମ୍ବନା ବି ରହିଛି। ଉନ୍ନତି ବିନା ସମ୍ପ୍ରସାରଣ – ଏହିଭଳି ଏକ ବୈପରୀତ୍ୟ ମଧ୍ୟରେ ଫସି ରହିଛି ଆଜିର ଓଡ଼ିଶାର ଉଚ୍ଚ ଶିକ୍ଷା। ବର୍ତ୍ତମାନ ୩୦ଟି ଜିଲ୍ଲାରେ ୩୬ଟି ବିଶ୍ୱବିଦ୍ୟାଳୟ ଏବଂ ୧୨୦୦ରୁ ଅଧିକ କଲେଜ ରହିଛି। ୨୦୦୦ ମସିହା ପ୍ରାରମ୍ଭରୁ ଏହି ବ୍ୟବସ୍ଥା ପ୍ରଭାବଶାଳୀ ଭାବରେ ବୃଦ୍ଧି…

Read More