Author: TRUPTIMAYEE SAHOO

ଭାରତର ଅଧିକାଂଶ ଅଞ୍ଚଳରେ ଏବଂ ଓଡ଼ିଶାର ସାମଗ୍ରିକ ପରିପ୍ରେକ୍ଷିରେ ମହିଳାଙ୍କ ସଂଖ୍ୟା ପୁରୁଷ ତୁଳନାରେ ସର୍ବଦା କମ୍ ରହିଛି । ଲିଙ୍ଗ ଅସମତା, କନ୍ୟା ଶିଶୁ ଜନ୍ମହାରର ହ୍ରାସ ଓ ପୁରୁଷ ପ୍ରଧାନ ମନୋଭାବ ଦେଶର ଅନେକ ଅଞ୍ଚଳରେ ସାମାଜିକ ଚିନ୍ତାର ମୁଖ୍ୟ କାରଣ ହୋଇ ଆସିଛି। କିନ୍ତୁ ଏହି ସାମାନ୍ୟ ଧାରାକୁ ଭଙ୍ଗି ଦେଇଛନ୍ତି କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଜନଜାତି । ଏହି ସମ୍ପ୍ରଦାୟରେ ମହିଳାମାନେ ପୁରୁଷ ତୁଳନାରେ ଅଧିକ- ଏକ ସୁସ୍ଥ ଓ ସମାନତାଭିତ୍ତିକ ସମାଜର ଚିତ୍ର ପ୍ରଦାନ କରୁଛି ଯାହା ଆଜିର ସାମାଜିକ ଅନୁପାତ ଚିନ୍ତାରେ ଏକ ଆଶାର ଆଲୋକ । ଜନସଂଖ୍ୟାର ପୃଷ୍ଠଭୂମି: ଜୁଆଙ୍ଗମାନଙ୍କ ଆବାସ ଓ ସଂଖ୍ୟା କେନ୍ଦୁଝର ଜିଲ୍ଲା ଓଡ଼ିଶାର ଆଦିବାସୀ ଅଞ୍ଚଳମାନଙ୍କ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଜୁଆଙ୍ଗ, ଭୂୟାଁ, ସାନ୍ତାଳ, କୋହ୍ଲ, ବାଥୁଡ଼ି ଇତ୍ୟାଦି ଜନଜାତି ସମ୍ପ୍ରଦାୟ ଅଛନ୍ତି । ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୧,୭୩୩ ଯେଉଁଥିରେ ୯,୦୬,୪୮୭ ପୁରୁଷ ଓ…

Read More