Author: TRUPTIMAYEE SAHOO

ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଥିବା ଏକ ସାଧାରଣ ଭିଡିଓ- ଯେଉଁଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସ୍ୱସ୍ଥ ଓ ଅସହଜ ଅବସ୍ଥାରେ ଦେଖାଯାଉଛନ୍ତି- ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାବିଷୟ ହୋଇପଡ଼ିଛି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏହି ଭିଡିଓ ଯେତେକି ଭାବନା ଓ ଚର୍ଚ୍ଚା ସୃଷ୍ଟି କରିଛି, ତାହା ବିଜେଡି ପାଇଁ ମଧ୍ୟ ଦ୍ୱିଧା ସୃଷ୍ଟି କରିଛି। ଏହାଦ୍ୱାରା ବିଜେଡି ପାଇଁ ସମ୍ବେଦନ ଭୋଟ ଆଣିପାରିବ କି, ନା ଦଳର ଭିତ୍ତିଭୂମିକୁ ଅଧିକ କମଜୋର କରିଦେବ ତାହାହିଁ ଏବେ ବଡ଼ ପ୍ରଶ୍ନ ହୋଇଛି? ନବୀନଙ୍କ ଶାରୀରିକ ଅବସ୍ଥା ଓ ଲୋକଙ୍କ ଧାରଣା ନବୀନ ପଟ୍ଟନାୟକଙ୍କ ଶାରୀରିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜନମାନସରେ ପ୍ରଶ୍ନ କିଛି ନୂଆ ନୁହେଁ। ୨୦୨୪ ମସିହାର ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରୁରୁଣ ସ୍ୱାସ୍ଥ୍ୟ ଯୋଗୁଁ ତାଙ୍କ ହାତ କମ୍ପୁଥିଲା, ସେତେବେଳେ ତାଙ୍କ ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ସେହି ଦୃଶ୍ୟକୁ ଲୁଚାଇବା ପାଇଁ…

Read More