Author: TRUPTIMAYEE SAHOO

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ ‘ମାଛ-ଭାତ’ (ମାଛ ଏବଂ ଭାତ) ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ଭାବରେ ଉଠିଥିଲା । ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଥିଲେ ଯେ ,’ଯଦି ବିଜେପି ସରକାର ଗଠନ କରେ, ତେବେ ‘ମାଛ-ଭାତ’ ନିଷେଧ କରାଯିବ।’ ତଥାପି, ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ଏବେ ‘ମାଛ-ଭାତ’ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି ଯେ ‘ତାଙ୍କ ପ୍ରଶାସନ ମାତ୍ର ୫ ଟଙ୍କାରେ ‘ମାଛ-ଭାତ’ ଯୋଗାଇବ ।’ ସେ କହିଛନ୍ତି ଯେ,’ଏଥିପାଇଁ ସାରା ରାଜ୍ୟରେ ୪୦୦ କ୍ୟାଣ୍ଟିନ୍ ଖୋଲାଯିବ, ଯେଉଁଠାରେ ‘ମାଛ-ଭାତ’ ମାତ୍ର ୫ ଟଙ୍କାରେ ଉପଲବ୍ଧ ହେବ। ବଙ୍ଗଳା ସଂସ୍କୃତି ମଧ୍ୟରେ ମାଛର ଅନନ୍ୟ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଶୁଭେନ୍ଦୁ ସରକାରଙ୍କ ଏହି ନିଷ୍ପତ୍ତି ରାଜନୈତିକ ଗୁରୁତ୍ୱ ମଧ୍ୟ ବହନ କରେ । ପ୍ରକୃତରେ, ବଙ୍ଗଳାରେ ଏକ ଲୋକପ୍ରିୟ ପ୍ରବାଦ ଅଛି, “ମାଚେ-ଭାତ ବାଙ୍ଗାଲି”…

Read More