Author: Anasuya Das

Odia Asmita: ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏକ ଉତ୍ସର୍ଗୀକୃତ ଓଡ଼ିଆ ଭାଷା ଓ ସାହିତ୍ୟ ବିଦ୍ୟାଳୟ ଅଛି କିନ୍ତୁ ଏହାର ପରିଚାଳନା ପାଇଁ କୌଣସି ନିୟମିତ ଅଧ୍ୟାପକ ନାହାନ୍ତି । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ରାଜ୍ୟରେ ବିଜେପି ୨୪ ବର୍ଷର ବିଜେଡ଼ି ସରକାରକୁ ହଟାଇ ଶାସନକୁ ଫେରିଛି। ମାତ୍ର ଭାଷା, ସାହିତ୍ୟ ଶିକ୍ଷା ପରି ଓଡ଼ିଆ ଅସ୍ମିତା ଏବେ ନିଜର ପରିଚୟ ପାଇଁ ସଂଘର୍ଷ କରୁଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହ୍ରାସ ପାଉଥିବା ବେଳେ ଏଥିରେ ଶିକ୍ଷାଦାନ ଓ ଗବେଷଣା ପ୍ରଭାବିତ ହୋଇଛି। ରାଜ୍ୟରେ ନା କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହି ବିଷୟ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ଅଛନ୍ତି ନା ଓଡ଼ିଆ ଭାଷା ଓ ସାହିତ୍ୟରେ ଗୁଣାତ୍ମକ ଗବେଷଣା କାର୍ଯ୍ୟ କରୁଛନ୍ତି। ସରକାରୀ ଡିଗ୍ରୀ କଲେଜରେ ପ୍ରାୟ ୧୦୦୦ ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ଥିବା ବେଳେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଜଣେରୁ…

Read More