Author: TRUPTIMAYEE SAHOO

ନୀତିଶ କୁମାର ଗତ ମାସରେ ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ତଥାପି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପର୍ଯ୍ୟନ୍ତ କେବଳ ଥରେ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ବିହାରରେ କ୍ଷମତାରେ ଥିବା ମେଣ୍ଟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନୀତିଶ କୁମାର ୨୦୦୫ ମସିହାରୁ କ୍ଷମତାର ମଙ୍ଗ ଧରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୀତିଶ କୁମାର ତାଙ୍କ ରାଜନୈତିକ କ୍ୟାରିୟରରେ କେବଳ ଥରେ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ନୀତୀଶ କୁମାର ସର୍ବଦା ବିଧାନ ପରିଷଦ ମାଧ୍ୟମରେ ଗୃହକୁ ନିର୍ବାଚିତ ହୋଇଛନ୍ତି। ନୀତିଶ କୁମାରଙ୍କ ବିଧାନ ପରିଷଦରେ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନିର୍ବାଚନ କମିଶନ ବିଧାନ ପରିଷଦର ୧୧ ଟି ଆସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ମଙ୍ଗଳବାର ଦିନ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ବିଧାନ ପରିଷଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନୀତିଶ କୁମାରଙ୍କ ବିଧାନ ପରିଷଦରେ…

Read More