Author: TRUPTIMAYEE SAHOO

ପୁରୀର ନୀଳଚକ୍ର ତଳେ ଭକ୍ତି, ଧର୍ମ, ପରମ୍ପରା ଓ ଆଧୁନିକ ପ୍ରଶାସନ ମଧ୍ୟରେ ଚାଲିଥିବା ଟାଣାଟାଣି ଆଜି ଓଡ଼ିଶାର ରାଜନୀତିକ ଓ ସାମାଜିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ରାମାୟଣର କାଳନେମୀ ଯେପରି ହନୁମାନଙ୍କୁ ରୋକିବାକୁ ସାଧୁବେଶ ଧରିଥିଲା, ଏବେର ପୁରୀ ପରମ୍ପରାର ପାଳକମାନେ- ମନ୍ତ୍ରୀ, ଅଧିକାରୀ ଓ ପ୍ରଶାସନିକ ମେକାନିଜମ୍‌- ସେହିପରି ବେଶରେ ଅକ୍ଷମତା, ବିଳମ୍ବନା ଓ ଆଡ଼ମ୍ବରର ଅଭିଯୋଗରେ ଘେରାଯାଇଛନ୍ତି। ୨୦୨୪ରେ ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ସମୟରେ ଯେପରି ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷାର ବିଶାଳ ସନ୍ଦେଶ ଦେଇଥିଲା, ସେହି ଆଶା ଓ ବାସ୍ତବତା ମଧ୍ୟରେ ଆଜି ବଡ଼ ତାଫାତ୍‍ ଦେଖାଯାଉଛି। ସବୁଠାରୁ ଚମକଦାର ଏହି ତାଫାତ ଧରାପଡ଼ୁଛି ରଥଯାତ୍ରାର ଅବ୍ୟବସ୍ଥା, ମନ୍ଦିର ସୁରକ୍ଷାର ଶୈଥିଲ୍ୟ, ଓ ଡ୍ରୋନ–ସ୍ପାଇ କ୍ୟାମେରା ଘଟଣାରେ। ବିଜେପି ସରକାର ଗଠନ ପରେ ପ୍ରଥମ ବର୍ଷ। ଲକ୍ଷ ଲକ୍ଷ ଭକ୍ତଙ୍କ ନଜର। ଶ୍ରୀଜଗନ୍ନାଥଙ୍କ ରଥପଥରେ ଅପ୍ରତ୍ୟାଶିତ ଘଟଣା- ଗୁଣ୍ଡିଚା ମନ୍ଦିରପହଣ୍ଡି ବିଜେ…

Read More