Author: TRUPTIMAYEE SAHOO

ନୂଆପଡ଼ା ଉପ-ନିର୍ବାଚନର ଫଳାଫଳ କେବଳ ବିଜେଡି ପାଇଁ ଏକ ପରାଜୟ ନୁହେଁ; ଏହା ଦଳର ଗଠନ, ସଂଗଠନ, ନୀତି ଓ ନେତୃତ୍ୱକୁ ନେଇ ନିଜ ଘରେ ଉଠିଥିବା ଗମ୍ଭୀର ପ୍ରଶ୍ନମାନଙ୍କ ଏକ ତାଲିକା। ତୃତୀୟ ସ୍ଥାନର ଲଜ୍ଜାଜନକ ପରିଣାମ ପରେ ଯେପରି ଦଳର ବରିଷ୍ଠ ନେତାମାନେ ଜଣକ ପରେ ଜଣେ ମୁହଁ ଖୋଲି ସମାଲୋଚନା କରିବାରେ ଲାଗିଛନ୍ତି, ତାହା ବିଜେଡି ଶିବିରର ଅସୁସ୍ଥତାକୁ ନଗ୍ନ ଭାବେ ପ୍ରକାଶ କରିବାକୁ ଲାଗିଛି। ପ୍ରଫୁଲ୍ଲ ସାମଲ, ସମ୍ବିତ ରାଉତରାୟ ପରେ ଏବେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂହଙ୍କ ଖୋଲା ଅସନ୍ତୋଷ ପ୍ରତିପକ୍ଷକୁ ନୁହେଁ, ବରଂ ବିଜେଡିର ନେତୃତ୍ୱକୁ ସମାଲୋଚନା କରିପାରୁଥିବା ଏକ ଭାରୀ ଆଇନା ଅଟେ। ପ୍ରାର୍ଥୀ ଚୟନ: ବିଫଳତାର ପ୍ରଥମ ଅଧ୍ୟାୟ? ଭୂପିନ୍ଦର ସିଂହ ପ୍ରଚାର ଓ ପରିଣାମ ଉଭୟକୁ ନେଇ ଯେଉଁ କଠୋର ସମାଲୋଚନା କରିଛନ୍ତି, ତାହା ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ନିଆଯାଇଥିବା ସେହି “ମୂଳ ଭୁଲ”କୁ ସ୍ପଷ୍ଟ…

Read More