Author: TRUPTIMAYEE SAHOO

ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚିଠା ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନୁସାରେ ରୁଷ୍ ଦଖଲ କରିଥିବା ୟୁକ୍ରେନର ଜମି ରୁଷକୁ ହସ୍ତାନ୍ତର କରାଯିବ ଏବଂ କିବ୍ ର ସୈନ୍ୟବାହିନୀର ଆକାରକୁ ଛୋଟ କରାଯିବ। ତେବେ ଏ ପ୍ରସ୍ତାବରେ କିବ୍ କେତେଦୂର ରାଜି ହେଉଛି, ତାହା ହିଁ ଗୁରୁତ୍ଵପୂର୍ଣ୍ଣ କାରଣ ଟ୍ରମ୍ପଙ୍କ ଯୋଜନା ଯେତେବେଳେ ରୁଷର ଦାବିର ବିପରୀତ ହେଉଛି, ସେତେବେଳେ  ୟୁକ୍ରେନ୍‌ର ସ୍ୱାର୍ଥରେ ବାଧା ପହଞ୍ଚାଉଛି, ସେତେବେଳେ କିବ୍ ରାଜି ହେଉ ନାହିଁ । ୱାସିଂଟନ ମସ୍କୋ ମଧ୍ୟରେ ଆଲୋଚନାରୁ ଉତ୍ପନ୍ନ ଏହି ପ୍ରସ୍ତାବ ରୁଷ ପାଇଁ ନିର୍ଣ୍ଣାୟକ ଭାବରେ ଅନୁକୂଳ ମନେ ହେଉଛି, ଯାହା ପ୍ରାୟ ଚାରି ବର୍ଷ ପୂର୍ବେ ଏହାର ପଡ଼ୋଶୀ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଥିଲା। ତେବେ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ପାଇଁ ଏହି ପ୍ରସ୍ତାବ ଗ୍ରହଣ କରିବା ଅସମ୍ଭବ ମନେହେଉଛି,…

Read More