Author: TRUPTIMAYEE SAHOO

ବର୍ତ୍ତମାନ ସମୟରେ ଆଧାର ବେଶ ଜରୁରୀ ଡକ୍ୟୁମେଣ୍ଟ । ବିନା ଆଧାରରେ ସବୁ କାମ ବନ୍ଦ । ଏଣୁ ଏଭଳି ଜରୁରୀ ଡକ୍ୟୁମେଣ୍ଟର ହୋଇଥିବା ବେଳେ ଏହାର ଭୁଲ ଉପଯୋଗର ବିପଦ ମଧ୍ୟ ରହୁଛି। ଏହି ବିପଦର ଆଶଙ୍କା ଆଧାରକୁ ଆହୁରି ସୁରକ୍ଷିତ କରିବା ପାଇଁ ସରକାର ପୁଣି ଥରେ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସିବାକୁ ଥିବା ନୂଆ ଆଧାର କାର୍ଡରେ କେବଳ ଜଣଙ୍କର ଫଟୋ ଓ ଏକ କ୍ୟୁଆର କୋଡ୍‌ ରହିବ। ଏଥିରେ ପୂର୍ବ ଭଳି ଲିଖିତ ଆପଣଙ୍କ ନାମ, ଠିକଣା ଓ ଆଧାରକାର୍ଡ ନମ୍ବର ହଟାଇ ଦିଆଯିବ। ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଲୋକଙ୍କ ସମ୍ପର୍କିତ ସୂଚନାର ଦୂରୁପଯୋଗ ରୋକିବା ପାଇଁ ଓ ଅଫ୍‌ଲାଇନ୍‌ ଭେରିଫିକେସନକୁ ହତୋତ୍ସାହିତ କରିବା ପାଇଁ କାର୍ଡଧାରୀଙ୍କ ଫଟୋ ଓ କ୍ୟୁଆର କୋଡ ସହିତ ଆଧାରକାର୍ଡ ଜାରି କରିବାକୁ ବିଚାର କରୁଛି। ଆଧାର ଉପରେ ଆୟୋଜିତ ଏକ ସମ୍ମିଳନୀରେ ୟୁଆଇଡିଏଆଇ…

Read More