Author: TRUPTIMAYEE SAHOO

ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ହେଉଛି ବିଧାନସଭା। ଏଠାରେ ଆଇନ ମନ୍ତ୍ରଣା, ଆଇନ ପ୍ରଣୟନ, ଶାସକ ଓ ପ୍ରଶାସନର ଅନୀତିକୁ କଟକଣା, ଲୋକଙ୍କ ଅଧିକାରର ସୁରକ୍ଷା- ଏ ସବୁକିଛି ନ୍ୟାୟିକ ଢଙ୍ଗରେ ହୋଇଥାଏ। ଯେଉଁ ସଂସ୍ଥା ଜନତା ପାଇଁ ଆଇନ ଲେଖିବାକୁ ଦାୟୀ ସେଇ ସଂସ୍ଥା ନିଜେ ଆଇନର ଚକ୍ରବ୍ୟୁହରେ ବର୍ଷେ ବର୍ଷ ଧରି ଫସି ରହିବ- ଏହା ଏକ ଦୁର୍ଭାଗ୍ୟଜନକ ଏବଂ ସ୍ୱଳ୍ପକଥାରେ ଲଜ୍ଜାଜନକ ପରିସ୍ଥିତି। ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶପଥ ନେଉଥିବା ସମୟରେ ଏବଂ ବିଧାନସଭା ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ସଜେଇ ହେଉଥିବାବେଳେ- ବାହାରୁ ଚକଚକିଆ ଯେପରି ଦିଶୁଥିବା ଏହି ସଂସ୍ଥା ଭିତରେ ନ୍ୟାୟର ଗତିପଥକୁ ଅନ୍ଧକାର ମାଡ଼ି ବସିଛି। ଦଶ ବର୍ଷ ଧରି କୋର୍ଟରେ ବିଳମ୍ବିତ ହେଉଥିବା ମାମଲା, ଲକ୍ଷ ଲକ୍ଷ ଟଙ୍କା ଦେଇ ଓକିଲଙ୍କୁ ପୋସା ଯାଉଥିବାବେଳେ ମାମଲା ଶେଷ ନ ହେବା, ଚାକିରିର ଅନ୍ୟାୟ, କର୍ମଚାରୀଙ୍କ ଅଧିକାରକୁ ଦଳି ଦିଆଯିବା- ଏସବୁ…

Read More