Author: TRUPTIMAYEE SAHOO

ବିଜୁ ଜନତା ଦଳ ରାଜନୀତିର ଗୋଟିଏ ପର୍ଯ୍ୟାୟ ଅସ୍ତ ହେବାକୁ ପ୍ରସ୍ତୁତ ହେଉଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ଉଦୟ ହେବାକୁ ମୁଣ୍ଡ ଟେକୁଛି। ପ୍ରାୟ ଦୁଇ ଦଶନ୍ଧି ଧରି ବିଜେଡିର ଅବିବାଦିତ ନେତା ଏବଂ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ?—ଏହି ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। କାରଣ? ଦଳର ବରିଷ୍ଠ ଉପସଭାପତି ଏବଂ ନବୀନ–ପାଣ୍ଡିଆନ କ୍ୟାମ୍ପର ‘ଇନସାଇଡ୍ ଅର୍ଗାନ’ ବୋଲି ଗଣାଯାଉଥିବା ଦେବୀ ପ୍ରସାଦ ମିଶ୍ରଙ୍କ ଏକ ମନ୍ତବ୍ୟ ଦେଇଛନ୍ତି। ସେ ମନ୍ତବ୍ୟଟି ହେଲା- ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିଜେଡିରେ ଯୋଗଦାନ ବା ତାଙ୍କୁ ଉଚ୍ଚଦାୟିତ୍ୱ ଦେବା ବିଷୟରେ ନବୀନ ପଟ୍ଟନାୟକ ଡିସେମ୍ବର ପ୍ରଥମ ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି। ଏହି ଏକମାତ୍ର ବାକ୍ୟ ଗୋଟେ ବିସ୍ଫୋରକ ପ୍ରସଙ୍ଗ ହୋଇଛି। ଏହା ଏବେ ବିଜେଡି–ଘରରୁ ଆରମ୍ଭ କରି ରାଜ୍ୟର ପଲିଟିକାଲ୍ ସର୍କଲ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ପ୍ରଚଣ୍ଡ…

Read More