Author: TRUPTIMAYEE SAHOO

ତୁର୍କୀ ନେତାମାନେ ଗତ କିଛି ବର୍ଷ ଧରି ବିଶ୍ୱ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ଏବଂ ପାକିସ୍ତାନର ପକ୍ଷ ନେଇଛନ୍ତି। ତୁର୍କୀ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି ।  ଏଥର ବିଶ୍ୱ ମଞ୍ଚରେ ନୁହେଁ ବରଂ ଦେଶର ସଂସଦରେ କାଶ୍ମୀର ପ୍ରସଙ୍ଗ ଉଠାଯାଇଛି। ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସଂସଦରେ ବଜେଟ ଅଧିବେଶନ ସମୟରେ ଦକ୍ଷିଣ ଏସୀୟ ବିବାଦ ଉପରେ ଭାଷଣ ଦେବା ସମୟରେ କାଶ୍ମୀରର ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ କାଶ୍ମୀର ବିବାଦର ସମାଧାନ ଅନ୍ତର୍ଜାତୀୟ ଆଇନ ଏବଂ ଆଲୋଚନା ମାଧ୍ୟମରେ ହେବା ଉଚିତ। ଯୋଜନା ଏବଂ ବଜେଟ କମିଟି ସମ୍ମୁଖରେ ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ପାଇଁ ୨୦୨୬ ବଜେଟ ଉପସ୍ଥାପନ କରିବା ସମୟରେ ଫିଦାନଙ୍କ କାଶ୍ମୀର ଉପରେ ମନ୍ତବ୍ୟ ଆସିଥିଲା। ତାଙ୍କର ଭାଷଣ ମନ୍ତ୍ରଣାଳୟର ବଜେଟ ଏବଂ ବୈଦେଶିକ ନୀତି ଉପରେ କେନ୍ଦ୍ରିତ ଥିଲା। ଏହା ସତ୍ତ୍ୱେ ସେ କାଶ୍ମୀରର ଉଲ୍ଲେଖ କରିଥିଲେ।…

Read More