Author: TRUPTIMAYEE SAHOO

ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପାକିସ୍ତାନରେ ଆତଙ୍କବାଦୀ ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଧ୍ୱଂସ ଘଟାଇଥିଲା । ବିଶ୍ୱ ବ୍ରହ୍ମୋସ୍‌ର ସଠିକତା ଏବଂ ଏହା ଦ୍ୱାରା ହୋଇଥିବା ଧ୍ୱଂସ ଦେଖିଥିଲା । ବ୍ରହ୍ମୋସ୍‌ର ସଫଳ ଉତ୍କକ୍ଷେପଣ ପରେ ଭାରତ କ୍ରେତାଙ୍କ ସନ୍ଧାନକୁ ତୀବ୍ର କରିଛି। ଏହି ସମୟରେ ବିଶ୍ୱର ସର୍ବବୃହତ ମୁସଲିମ୍ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରତି ଆଗ୍ରହ ପ୍ରକାଶ କରିଛି । ଗୁରୁବାର ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ସ୍ୟାଫ୍ରି ସିଆମସୁଦ୍ଦିନ୍ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ  ଯାହା ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନାର ଏକ କାର୍ଯ୍ୟକ୍ରମ ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇଣ୍ଡୋନେସିଆ ପ୍ରତିନିଧିମଣ୍ଡଳୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଷୟରେ ବିସ୍ତୃତ ସୂଚନା ମଧ୍ୟ ପାଇଥିଲେ। ସୂଚନା ରହିଛି ଯେ ଦୁଇ ଦେଶ ମଧ୍ୟରେ ବ୍ରହ୍ମୋସ୍ ପ୍ରତିରକ୍ଷା ଚୁକ୍ତି ଶେଷ ପର୍ଯ୍ୟାୟରେ…

Read More