Author: TRUPTIMAYEE SAHOO

ଟେସଲା , ସ୍ପେସଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ଏକ ଆମେରିକୀୟ ପୋଡକାଷ୍ଟରେ ଦେଇଥିବା ଉତ୍ତରରୁ ଜଣାପଡ଼ିଛି ଯେ ଭାରତୀୟଙ୍କ ଭିସା ବିରୁଦ୍ଧରେ ଆମେରିକା ସରକାରଙ୍କ ପଦକ୍ଷେପରେ ସେ ସହମତ ନୁହନ୍ତି । ମସ୍କ କହିଛନ୍ତି ଯେ ଆମେରିକାକୁ ଆସିଥିବା ପ୍ରତିଭାଶାଳୀ ଭାରତୀୟଙ୍କଠାରୁ ଆମେରିକା ଅତ୍ୟନ୍ତ ଲାଭବାନ ହୋଇଛି , ଏହାସହ ସତର୍କ କରାଇ ଦେଇଛନ୍ତି ଯେ କିଛି ଆଉଟସୋର୍ସିଂ କମ୍ପାନୀ କମ୍ ମୂଲ୍ୟରେ ନିଯୁକ୍ତି ଦେବା ପାଇଁ ଏଚ-୧ବି ଭିସା ସିଷ୍ଟମ୍‌କୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି । ଏଚ-୧ବି ସିଷ୍ଟମ୍‌କୁ ବନ୍ଦ କରିବା ପ୍ରକୃତରେ ବହୁତ ଖରାପ ହେବ ବୋଲି ସେ କହିଛନ୍ତି । ପୋଡକାଷ୍ଟରେ ମସ୍କ କହିଛନ୍ତି ଯେ  କିଛି କମ୍ପାନୀ ଏଚ-୧ବି ଭିସାକୁ ଅଧିକ ମୂଲ୍ୟବାନ କହୁଛନ୍ତି । ଯଦି କମ୍ପାନୀମାନେ ଜଣେ ଆମେରିକୀୟ ନାଗରିକଙ୍କ ଖର୍ଚ୍ଚର ଏକ ଅଂଶ ଦେଇ କାହାକୁ ନିଯୁକ୍ତି ଦେଇପାରିବେ ତେବେ ମୁଁ ଭାବୁଛି ଏହି କମ୍ପାନୀଗୁଡ଼ିକ କେବଳ ନିଜ ଖର୍ଚ୍ଚ ବଞ୍ଚାଇବା…

Read More