Author: TRUPTIMAYEE SAHOO

ପଶ୍ଚିମବଙ୍ଗରେ ଏସାଇଆର(SIR) ପାଇଁ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ । ଟିଏମସି ଅଭିଯୋଗ କରିଛି ଯେ  ସିଇସି(CEC)ଙ୍କ ହାତରେ ରକ୍ତଛିଟା ଲାଗିଛି । ଟିଏମସିର ରାଜ୍ୟସଭା ସାଂସଦ ନେତା ଡେରେକ୍ ଓ’ବ୍ରିଏନଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କ (ECI)ଦଳକୁ ଭେଟି ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଏସାଇଆର (SIR) ପାଇଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି । କଟାକ୍ଷ କରି ଟିଏମସି କହିଛି ଯେ ନିର୍ବାଚନ ପ୍ୟାନେଲ ମୁଖ୍ୟଙ୍କ ହାତରେ “ରକ୍ତଛିଟା ଲାଗିଛି” । ଟିଏମସିର ଏହି ପ୍ରତିନିଧିମଣ୍ଡଳୀରେ ଲୋକସଭା ସାଂସଦ ମହୁଆ ମୋଇତ୍ର, ଶତାବ୍ଦୀ ରାୟ, କଲ୍ୟାଣ ବାନାର୍ଜୀ, ପ୍ରତିମା ମଣ୍ଡଳ, ସାଜଦା ଅହମ୍ମଦ ଏବଂ ରାଜ୍ୟସଭା ସାଂସଦ ଡୋଲା ସେନ୍, ମମତା ଠାକୁର, ସାକେତ ଗୋଖଲେ ଏବଂ ପ୍ରକାଶ ଚିକ୍ ବାରିକ ଥିଲେ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ…

Read More