Author: Anasuya Das

Orissa High court: ୨୦୦୩ମସିହାରେ ଏହି ଦମ୍ପତିଙ୍କ ବିବାହ ହୋଇଥିବା ବେଳେ ପତ୍ନୀଙ୍କ ଆଚରଣ ଯୋଗୁଁ ତାଙ୍କ ପାଇଁ ବିବାହ ଜାରି ରଖିବା ଅସମ୍ଭବ ହୋଇପଡ଼ିଛି ବୋଲି ଅଭିଯୋଗ କରି ସ୍ୱାମୀ ୨୦୦୯ରେ ନିଷ୍ଠୁରତା ଆଧାରରେ ବିବାହ ଭାଙ୍ଗିବାକୁ ଦାବି କରିଥିଲେ। ଦୁଃଖ ଓ ନିର୍ଯାତନାର କାରଣ ପାଲଟିଥିବା ବିବାହକୁ ସହିବାକୁ ଆଇନ ବାଧ୍ୟ କରିପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଜଣେ ଦମ୍ପତିଙ୍କୁ ଛାଡ଼ପତ୍ର ଦେବା ପାଇଁ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ବଜାୟ ରଖିଛନ୍ତି। ସ୍ୱାମୀଙ୍କୁ ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା ଧମକ ଦେବା ସହ ଶାରୀରିକ ଆକ୍ରୋଶ ଓ ସର୍ବସାଧାରଣରେ ଅପମାନର ସମ୍ମୁଖୀନ ହେଉଥିବାରୁ ଛାଡ଼ପତ୍ର ମଞ୍ଜୁର କରାଯାଇଥିଲା। ବାରମ୍ବାର ଆତ୍ମହତ୍ୟା କିମ୍ବା ହିଂସା ଧମକ ଦେବା କେବଳ ଅସଦାଚରଣ ନୁହେଁ ବୋଲି ଏହି ଅଦାଲତ ମତ ରଖିଛନ୍ତି। ଏହା ଭାବନାତ୍ମକ ବ୍ଲାକମେଲ ଏବଂ ମାନସିକ ନିର୍ଯାତନାର ଏକ କଟୁ ରୂପ । ଏଭଳି ଆଚରଣ ବ୍ୟକ୍ତିଗତ ସଂଘର୍ଷର ସୀମା…

Read More