Author: Anasuya Das

power tariff: ଶେଷ ଥର ପାଇଁ ୨୦୨୧-୨୨ରେ ବିପିଏଲ୍ ଓ ଜଳସେଚନ ବ୍ୟତୀତ ସମସ୍ତ ବର୍ଗର ଉପଭୋକ୍ତାଙ୍କ ପାଇଁ ମୋଟ ୫.୬ ପ୍ରତିଶତ (ୟୁନିଟ୍ ପିଛା ୩୦ ପଇସା) ବୃଦ୍ଧି କରାଯାଇଥିଲା। ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଥର ବଢିବ ନାହିଁ ବିଦ୍ୟୁତ ଶୁଳ୍କ। ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ସମସ୍ତ ବର୍ଗର ଉପଭୋକ୍ତାଙ୍କ ପାଇଁ ଖୁଚୁରା ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରଖିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ନିୟାମକ ଘରୋଇ ଉପଭୋକ୍ତାଙ୍କ ପାଇଁ ଶୁଳ୍କ ୧୦ ପଇସା ହ୍ରାସ କରିଥିଲେ। ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଥିବା ଏହି ଶୁଳ୍କ ଆଦେଶର ମୁଖ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଆୟୋଗ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିନାହାନ୍ତି। ଶେଷ ଥର ପାଇଁ ୨୦୨୧-୨୨ରେ ବିପିଏଲ୍ ଓ ଜଳସେଚନ ବ୍ୟତୀତ…

Read More