Author: TRUPTIMAYEE SAHOO

ଗୁରୁବାର ଦିନ ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟକୁ ଚାରି ସପ୍ତାହ ମଧ୍ୟରେ ଦେଶର ସମସ୍ତ ବିଚାରାଧୀନ ଏସିଡ୍ ଆକ୍ରମଣ ମାମଲାଗୁଡ଼ିକର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଏକ କୋର୍ଟରେ ୧୬ ବର୍ଷ ଧରି ଏକ ଏସିଡ୍ ଆକ୍ରମଣ ମାମଲା ବିଚାରାଧୀନ ରହିବାକୁ କୋର୍ଟ “ଲଜ୍ଜାଜନକ” ବୋଲି କହିଛନ୍ତି। ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସିଡ୍ ଆକ୍ରମଣ ପୀଡ଼ିତା ଶାହୀନ ମାଲିକଙ୍କ ଦ୍ୱାରା ଦାୟର ପିଆଇଏଲ ଉପରେ କେନ୍ଦ୍ର ସରକାର ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗକୁ ନୋଟିସ୍ ଜାରି କରିଛନ୍ତି। ଖଣ୍ଡପୀଠ ମଲିକଙ୍କ ମାମଲାରେ ଦୀର୍ଘ ବିଳମ୍ବକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି। ୨୦୦୯ ମସିହାରୁ ରୋହିଣୀ କୋର୍ଟରେ ଏହି ମାମଲା ବିଚାରାଧୀନ ଅଛି। ଏହା ନ୍ୟାୟ ବ୍ୟବସ୍ଥାର କି ପ୍ରକାର ଉପହାସ? ଖଣ୍ଡପୀଠ କହିଛନ୍ତି, “ଏହା ନ୍ୟାୟ ବ୍ୟବସ୍ଥାର କି ପ୍ରକାର ଉପହାସ? ଏହା ଅତ୍ୟନ୍ତ ଲଜ୍ଜାଜନକ। ଯଦି…

Read More