Author: TRUPTIMAYEE SAHOO

ରାଜନୀତିରେ ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା, କିନ୍ତୁ ଯେତେବେଳେ ଏହି ପରିବର୍ତ୍ତନ ଏକ ପ୍ରଭାବଶାଳୀ ଦଳ ଭିତରୁ ଆରମ୍ଭ ହୁଏ, ସେତେବେଳେ ଏହା ରାଜନୀତିରେ ଏକ ବଡ଼ ଝଡ଼ର ସୂଚନା ଦେଇଥାଏ। ଓଡ଼ିଶାରେ ବିଜୁ ଜନତା ଦଳ ଭିତରେ ଏବେ ଯେଉଁ ଉଷ୍ମତା ଦେଖାଯାଉଛି, ତାହା ଦଳର ଭାବି ମୁଖିଆ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନେତୃତ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। କେବଳ ଭଦ୍ରକର କିଛି ଯୁବ ନେତା ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ଏବଂ ଉର୍ମିଳା ନାୟକଙ୍କ ବିଜେପିରେ ଯୋଗଦାନ ନୁହେଁ, ବରଂ ଏହାକୁ ଦଳ ବିପର୍ଯ୍ୟୟ ଆଡ଼କୁ ଯାଉଥିବାର ସଂକେତ ଭାବରେ ରାଜନୈତିକ ମହଲରେ ଦେଖାଯିବା ଚିନ୍ତାର ବିଷୟ। ବିଜେଡିରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବାବେଳେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ଦଳ ଭିତରେ ତିକ୍ତତା ସୃଷ୍ଟି କରିଛି। ବରିଷ୍ଠ ନେତାମାନଙ୍କୁ ଦଳରୁ ବାହାର କରିବା କିମ୍ବା ଟାର୍ଗେଟ କରିବା ଦ୍ୱାରା ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।…

Read More