Author: TRUPTIMAYEE SAHOO

ବିଧାନସଭା କେବଳ ଆଇନ ପ୍ରଣୟନର ଏକ ମଞ୍ଚ ନୁହେଁ, ଏହା ହେଉଛି ରାଜନୈତିକ ନାଟକ, ଶକ୍ତି ସଂଘର୍ଷ ଏବଂ ଭବିଷ୍ୟତର ରାଜନୈତିକ ଗତିପଥ ନିର୍ଦ୍ଧାରଣର ଏକ ପ୍ରମୁଖ କେନ୍ଦ୍ର। ନିକଟରେ ଓଡ଼ିଶା ବିଧାନସଭାରେ ଯେଉଁ ଘଟଣାକ୍ରମ ଦେଖିବାକୁ ମିଳିଛି, ତାହା କେବଳ ଏକ ବିଧାୟକଙ୍କ ବକ୍ତବ୍ୟ ନୁହେଁ, ବରଂ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ଶାସନରେ ଏକଚାଟିଆ ପ୍ରାଧାନ୍ୟ ବିସ୍ତାର କରିଥିବା ବିଜୁ ଜନତା ଦଳର (ବିଜେଡି) ଆଭ୍ୟନ୍ତରୀଣ ସଂଘର୍ଷ ଏବଂ ଶକ୍ତି ପରିବର୍ତ୍ତନର ଏକ ସ୍ପଷ୍ଟ ଚିତ୍ର। ବିଜେଡିର ଜଣେ ସର୍ବବରିଷ୍ଠ ଓ ପ୍ରଭାବଶାଳୀ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିର୍ଭରଶୀଳ ତଥା ଏକାନ୍ତି ବିଶ୍ୱସ୍ତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦିଆଯାଇଥିବା ଆହ୍ୱାନ ଓଡ଼ିଶା ରାଜନୀତିରେ ଏକ ନୂତନ ଅଧ୍ୟାୟର ସୂଚନା ଦେଇଛି। ଏହା କେବଳ ଦୁଇ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଥିବା ‘ସାପ-ନେଉଳ’ର ସମ୍ପର୍କକୁ ଉଜାଗର କରୁନାହିଁ,…

Read More