Author: TRUPTIMAYEE SAHOO

ଉତ୍ତର ପ୍ରଦେଶର ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ “ଗୁସ୍ତାଖ-ଏ-ନବି କି ଏକ ହି ସାଜାଇ, ସର ତାନ୍ ସେ ଜୁଦା, ସର ତାନ୍ ସେ ଜୁଦା”  ସ୍ଲୋଗାନ ଆଇନ ଶୃଙ୍ଖଳା ଏବଂ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଏକ ଚ୍ୟାଲେଞ୍ଜ । କୋର୍ଟ କହିଛନ୍ତି ଯେ ଏହି ସ୍ଲୋଗାନ ଲୋକଙ୍କୁ ବିଦ୍ରୋହ ପାଇଁ ଉସୁକାଏ। ଇତ୍ତେଫାକ୍ ମିନ୍ନତ ପରିଷଦ (ଆଇଏନସି)ର ସଭାପତି ମୌଲାନା ତୌକିର ରଜାଙ୍କ ଡାକରାରେ ୨୬ ମଇ, ୨୦୨୫ରେ ବିହାରୀପୁରରେ ଏକତ୍ରିତ ହୋଇଥିବା ୫୦୦ ଲୋକଙ୍କ ଭିଡ଼ ଦ୍ୱାରା ହିଂସା ମାମଲାରେ ଅଭିଯୁକ୍ତ ରିହାନ ନାମକ ଜଣେ ଯୁବକଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ପର୍ଯ୍ୟବେକ୍ଷଣ କରିଛନ୍ତି। ହିଂସା ସମୟରେ ଲୋକମାନେ ଏପରି ସ୍ଲୋଗାନ ଦେଇଥିଲେ। ହାଇକୋର୍ଟର ବିଚାରପତି ଅରୁଣ କୁମାର ସିଂହ ଦେଶୱାଲ ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି କାର୍ଯ୍ୟ କେବଳ କ୍ରିପିସିର ଧାରା ୧୫୨ ଅନୁଯାୟୀ ଦଣ୍ଡନୀୟ ନୁହେଁ…

Read More