Author: TRUPTIMAYEE SAHOO

ଓଡ଼ିଶାକୁ ଏବେ କୌଣସି ବାତ୍ୟାର ଭୟ ନାହିଁ । କିନ୍ତୁ ବିଜେଡିର ଦଳୀୟ ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ବାତ୍ୟାର ପୂର୍ବାଭାସ ମିଳୁଛି । ଗତ କିଛିଦିନ ହେବ ରାଜ୍ୟର ଗଣମାଧ୍ୟମ ଏବଂ ଚା’ ଖଟିଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଗୋଟିଏ ଆଲୋଚନା— “କିଛି ତ ଗୋଟେ ବଡ଼ ହେବାକୁ ଯାଉଛି ।” ୨୪ ବର୍ଷର ନୀରଙ୍କୁଶ ଶାସନ ପରେ ବିଜେଡି କ୍ଷମତାରୁ ହଟିଛି । ଏହାପରଠାରୁ ଦଳ ଭିତରେ ଯେଉଁ ଅସନ୍ତୋଷର ନିଆଁ କୁହୁଳୁଥିଲା, ତାହା ଏବେ ଶିଖା ରୂପ ନେବା ଆରମ୍ଭ କଲାଣି। କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ଏବଂ ଅଭିଜ୍ଞ ରାଜନେତା ବିଜୟ ମହାପାତ୍ରଙ୍କ ସାକ୍ଷାତ୍‍କାର ଏହି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଥିବାବେଳେ, ବିଜେଡିର ୫୦ ଜଣିଆ ‘ଲିଗାସୀ ଗ୍ରୁପ’ର ବୈଠକ ରାଜ୍ୟ ରାଜନୀତିର ପାରଦକୁ ବଢ଼ାଇ ଦେଇଛି।  ନୂଆ ଆଞ୍ଚଳିକ ଦଳର ସମ୍ଭାବନା: କଳ୍ପନା ଓ ବାସ୍ତବତା ଓଡ଼ିଶା ରାଜନୀତିରେ ‘ଆଞ୍ଚଳିକତା’…

Read More