Author: TRUPTIMAYEE SAHOO

୨୦୨୪ ନିର୍ବାଚନ ପରେ ଓଡ଼ିଶା ରାଜନୀତିର ଚିତ୍ର ବଦଳିବା ସହ ବିଜୁ ଜନତା ଦଳ ଭିତରେ ଥିବା ଅସନ୍ତୋଷର ନିଆଁ ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଦୀର୍ଘ ୨୪ ବର୍ଷର ଶାସନ ପରେ ବିରୋଧୀ ଆସନରେ ବସିବା ଦଳ ପାଇଁ ଯେତିକି କଷ୍ଟକର, ସେତିକି ଆହ୍ୱାନପୂର୍ଣ୍ଣ ହୋଇଛି ଆଭ୍ୟନ୍ତରୀଣ ଗୋଷ୍ଠୀବିବାଦକୁ ସମ୍ଭାଳିବା। ଏହି କ୍ରମରେ ବିଜେଡିର ବରିଷ୍ଠ ନେତା ତଥା ସ୍ୱର୍ଗତ ଦାମୋଦର ରାଉତଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କ ସାମ୍ପ୍ରତିକ ବୟାନ ଦଳୀୟ ରାଜନୀତିକୁ ସରଗରମ କରିଦେଇଛି। ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଜଣେ ‘ନେତା’ ନୁହେଁ ବରଂ ‘ମ୍ୟାନେଜର’ ବୋଲି କହି ସମ୍ବିତ ଏକ ନୂଆ ବିତର୍କର ସୂତ୍ରପାତ କରିଛନ୍ତି। ଲିଗାସୀ ନେତାଙ୍କ ମୁଖପାତ୍ର ସମ୍ବିତ ଓଡ଼ିଶା ରାଜନୀତିରେ ନିର୍ବାଚନ ହାର–ଜିତ ପରେ ସାଧାରଣତଃ ଗୋଟିଏ ନିରବତା ଆସେ। କିନ୍ତୁ ବିଜେଡି ପାଇଁ ୨୦୨୪ ପରବର୍ତ୍ତୀ ସମୟ ସେପରି ନୁହେଁ। ଶାସନ ହାରିବା ପରେ…

Read More