Author: TRUPTIMAYEE SAHOO

ବିଜୁ ଜନତା ଦଳ ପାଇଁ ଚଳିତ ବର୍ଷର ପ୍ରତିଷ୍ଠା ଦିବସ କେବଳ ଏକ କ୍ୟାଲେଣ୍ଡର ତାରିଖ ନୁହେଁ, ବରଂ ଏହା ଦଳର ଆଗାମୀ ୨୫ ବର୍ଷର ଭବିଷ୍ୟତ ନିର୍ଦ୍ଧାରଣ କରିବାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଗତ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଅପରାଜେୟ ରହିଥିବା ଏହି ଆଞ୍ଚଳିକ ଦଳ ଏବେ ଦଳ ଭିତରେ ଦେଖା ଦେଇଥିବା ବାତ୍ୟାର ସମ୍ମୁଖୀନ। ଏହି ବାତ୍ୟାର କେନ୍ଦ୍ରବିନ୍ଦୁରେ ଅଛନ୍ତି ‘ଲିଗାସୀ’ ନେତା, ଯେଉଁମାନେ ବିଜୁ ବାବୁଙ୍କ ଆଦର୍ଶ ଏବଂ ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜନୀତି କରୁଛନ୍ତି। ଅନ୍ୟପଟେ ଅଛନ୍ତି ପୂର୍ବତନ ପ୍ରଶାସକ ଭିକେ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ। ପ୍ରତିଷ୍ଠା ଦିବସ ପୂର୍ବରୁ ବାରମ୍ବାର ବସୁଥିବା ଗୋପନ ବୈଠକ ଏବଂ ନେତାମାନଙ୍କ ମଧ୍ୟରେ ଚାଲିଥିବା ‘ତୁହାକୁ ତୁହା’ ଆଲୋଚନା ସ୍ପଷ୍ଟ କରୁଛି ଯେ, ବିଜେଡି ଭିତରେ ଏବେ ଏକ ବଡ଼ ଧରଣର ବିଦ୍ରୋହର ମୂଳଦୁଆ ପଡ଼ିସାରିଛି। ବୈଠକରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ…

Read More