Author: TRUPTIMAYEE SAHOO

ଓଡ଼ିଆ ଜାତିର ଅସ୍ମିତା, ବିଶ୍ୱବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ଭାବବେଗର କେନ୍ଦ୍ର । ଦେଶ-ବିଦେଶରେ ଥିବା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ନିଜର ଆଧ୍ୟାତ୍ମିକ ଆଶ୍ରୟସ୍ଥଳୀ ମାନନ୍ତି । କିନ୍ତୁ ବିଗତ କିଛି ଦଶନ୍ଧି ଧରି ଏହି ପବିତ୍ର ପୀଠର ପରିଚାଳନା ପଦ୍ଧତିକୁ ନେଇ ଯେଉଁଭଳି ବିତର୍କ ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ମୁଖ୍ୟ ପ୍ରଶାସକଙ୍କ ଭୂମିକା ଏବେ ସନ୍ଦେହ ଘେରରେ। ପ୍ରଶ୍ନ ଉଠୁଛି ଏହି ପ୍ରଶାସନିକ ବ୍ୟବସ୍ଥା କାହା ପାଇଁ କାମ କରୁଛି? ଭକ୍ତଙ୍କ ପାଇଁ ନା ନିଜର ସୁବିଧା ପାଇଁ? ଯେତେବେଳେ ପ୍ରଶାସନ ନିଜର ଦାୟିତ୍ୱ ଭୁଲିଯାଏ, ସେତେବେଳେ ନ୍ୟାୟପାଳିକାକୁ ହସ୍ତକ୍ଷେପ କରିବାକୁ ପଡ଼େ । ଶ୍ରୀମନ୍ଦିର କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି । ଶ୍ରୀମନ୍ଦିରର ସଂସ୍କାରଠାରୁ ଆରମ୍ଭ କରି ରତ୍ନଭଣ୍ଡାରର ସୁରକ୍ଷା ପର୍ଯ୍ୟନ୍ତ, ସବୁଥିରେ କୋର୍ଟଙ୍କ ତାଗିଦ୍‌…

Read More