Author: TRUPTIMAYEE SAHOO

ଭୌଗୋଳିକ ଦୃଷ୍ଟିକୋଣରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ଦୁଇ ଭାଇ ସମାନ। ସଂସ୍କୃତି, ଖାଦ୍ୟପେୟ ଓ ଇତିହାସରେ ଉଭୟ ରାଜ୍ୟ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। କିନ୍ତୁ ବିଗତ କିଛିମାସ ହେବ ରାଜନୈତିକ ସମୀକରଣ ଏଭଳି ବଦଳିଛି ଯେ, ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ଏକ ଅସ୍ୱାଭାବିକ ମୋଡ଼ ନେଇଛି। ବିଶେଷ କରି ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ଓଡ଼ିଶା ପ୍ରତି ଅତ୍ୟନ୍ତ କଠୋର ଓ ଅସୂୟାପୂର୍ଣ୍ଣ ହେବାରେ ଲାଗିଛି। ଯେଉଁ ପଡ଼ୋଶୀ ପଣିଆରେ ସୌହାର୍ଦ୍ଦ୍ୟ ରହିବା କଥା, ସେଠାରେ ଏବେ ‘ଧମକ’ ଓ ‘ବିଶୋଦ୍‍ଗାର’ର ଭାଷା ଶୁଣିବାକୁ ମିଳୁଛି। ଓଡ଼ିଆଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ପଶ୍ଚିମବଙ୍ଗର ରାଜନୈତିକ ମଞ୍ଚରୁ ବାରମ୍ବାର ଓଡ଼ିଆ ଜାତି ଓ ଓଡ଼ିଶାର ଶ୍ରମିକଙ୍କୁ ନେଇ କଟାକ୍ଷ କରାଯାଉଛି। ଓଡ଼ିଆ ଲୋକମାନେ ମାଗଣା ଚାଉଳ ଓ ସରକାରୀ ଯୋଜନାର ସୁବିଧା ପାଇ ଅଳସୁଆ ବା ‘କୋଢ଼ିଆ’ ହୋଇଯାଇଛନ୍ତି…

Read More