Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ ଏମିତି କିଛି ମୁହୂର୍ତ୍ତ ଆସେ, ଯେଉଁଠି ପ୍ରଶ୍ନଟି ଘଟଣାଠାରୁ ବଡ଼ ହୋଇଯାଏ। “କିଏ ଏଠି ବିଶ୍ୱାସଘାତକ?”—ଏହି ପ୍ରଶ୍ନ ଆଜି କେବଳ ଗୋଟିଏ ଟ୍ୱିଟ୍, ଗୋଟିଏ ଫେସବୁକ ପୋଷ୍ଟ ବା ଗୋଟିଏ ରାଜନୈତିକ ବକ୍ତବ୍ୟ ନୁହେଁ; ଏହା ଏକ ଗଭୀର ରାଜନୈତିକ ସଙ୍କେତ। ଏବଂ ଏହି ପ୍ରଶ୍ନଟି ଯିଏ ଉଠାଇଛନ୍ତି, ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଦୀର୍ଘ ସମୟ ଧରି ବିଜୁ ଜନତା ଦଳରେ ଥିବା ଏହି ନେତ୍ରୀ, ଦଳରୁ ନିଲମ୍ବିତ ହେବା ପରେ ଲଗାତାର ଭାବେ ଦଳୀୟ ନେତୃତ୍ୱକୁ ପ୍ରଶ୍ନ କରିଆସୁଛନ୍ତି। ପ୍ରଥମେ ଟାର୍ଗେଟରେ ଥିଲେ ଭିକେ ପାଣ୍ଡିଆନ, ପରେ ଦଳୀୟ ଗଠନ, ସଂଗଠନ, ନିଷ୍ପତ୍ତି ପ୍ରକ୍ରିୟା। କିନ୍ତୁ ଏଥର ଚିତ୍ରଟି ଅଲଗା। ଏଥର ଟାର୍ଗେଟରେ ସିଧାସଳଖ ଦଳର ସର୍ବୋଚ୍ଚ ମୁହଁ—ନବୀନ ପଟ୍ଟନାୟକ। ରାଜନୀତିରେ ଆରୋପ ନୂଆ ନୁହେଁ। କିନ୍ତୁ ଯେତେବେଳେ ଗୋଟିଏ ଦଳର ନିଜ ନେତ୍ରୀ ସାର୍ବଜନୀନ ଭାବେ…

Read More