Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ପଶାପାଲିରେ ୨୬ ବର୍ଷ ପରେ ପୁଣି ଥରେ ଇତିହାସ ନିଜକୁ ନିଜେ ଦୋହରାଇବାକୁ ଚେଷ୍ଟା କରୁଛି। ୨୦୦୦ ମସିହାରେ ଯେଉଁ ଧାରାରେ ବିଜୟ ମହାପାତ୍ରଙ୍କୁ ଦଳରୁ ବିଦା କରାଯାଇଥିଲା, ୨୦୨୬ରେ ଠିକ୍ ସେହିଭଳି ଏକ ଅଭିଯୋଗ ଆଣି ତାଙ୍କ ପୁଅ ତଥା ଯୁବ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିଛି ବିଜୁ ଜନତା ଦଳ (ବିଜେଡି)। ‘ଦୁର୍ନୀତିଗ୍ରସ୍ତ’ ଓ ‘ବିଶ୍ୱାସଘାତକ’ ଭଳି କଠୋର ଶବ୍ଦ ବ୍ୟବହାର କରି ଦଳ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାହା ଦଳ ଭିତରେ ଉଷ୍ମତା ବଢ଼ାଇବା ସହ ରାଜ୍ୟ ରାଜନୀତିରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଷ୍ପତ୍ତି ପରେ ବିଗତ କିଛିଦିନ ଧରି ଦଳର ଜୁନିଅର ମୁଖପାତ୍ରମାନେ ଯେଉଁ ଅଭିଯୋଗର ପାହାଡ଼ ତିଆରି କରୁଛନ୍ତି, ସେଥିରେ ଶବ୍ଦ ଅଛି, ଦାବି ଅଛି- କିନ୍ତୁ ଠୋସ୍ ପ୍ରମାଣ ନାହିଁ। ବଡ଼ ପ୍ରଶ୍ନ ଏଠି- ଯଦି ଏହି ନିଲମ୍ବନ ସତରେ ଦଳ ବିରୋଧୀ ଷଡ଼ଯନ୍ତ୍ରକୁ…

Read More