Author: TRUPTIMAYEE SAHOO

ଦେଶର ବିଭିନ୍ନ ରାଜ୍ୟରେ ବିଜେପିର ସଫଳତାର ମୂଳ ମନ୍ତ୍ର ସବୁବେଳେ ‘ହିନ୍ଦୁତ୍ୱ’ ରହିଆସିଛି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ମଡେଲ ହେଉ କିମ୍ବା ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ, ଏହି ସବୁ ଏଜେଣ୍ଡା ବିଜେପିକୁ ଭୋଟରଙ୍କ ନିକଟତର କରିଛି। ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ୧୯ ମାସ ବିତିଛି। ଏହି ସମୟ ମଧ୍ୟରେ କିଛିଟା ସାଧାରଣ ଅସନ୍ତୋଷ ଓ କର୍ମୀଙ୍କ ଭିତରେ ଥିବା ସଂଶୟକୁ ଦୂର କରିବା ପାଇଁ ଏବେ ସରକାର ନିଜର ମୂଳ ଏଜେଣ୍ଡା ‘ହିନ୍ଦୁତ୍ୱ’ ଆଡ଼କୁ ମୁହାଁଇଛନ୍ତି। ଗୋ-ଚାଲାଣ ବିରୋଧରେ ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ଏହାର ଏକ ବଳିଷ୍ଠ ପ୍ରତିଫଳନ। ଗୋ-ଚାଲାଣ ନେଟୱାର୍କ ଉପରେ ଶକ୍ତ ପ୍ରହାର ଗତ ସପ୍ତାହରେ ଓଡ଼ିଶାର ପୋଲିସ ପ୍ରଶାସନ ଯେଉଁଭଳି ଭାବେ ସକ୍ରିୟ ହୋଇଛି, ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଖୋର୍ଦ୍ଧା, ଅନୁଗୁଳ, ଯାଜପୁର, କେନ୍ଦୁଝର, ଭଦ୍ରକ…

Read More