Author: TRUPTIMAYEE SAHOO

ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି ସଫଳତା ପାଇବାକୁ ଚାହାଁନ୍ତି। କେହି କଠିନ ପରିଶ୍ରମ ଓ ସଠିକ୍ ମାର୍ଗଦର୍ଶନ ଦ୍ୱାରା ସଫଳତା ପାଇଯାନ୍ତି ମଧ୍ୟ । କିନ୍ତୁ ନୀତି ଶାସ୍ତ୍ର ଅନୁସାରେ, କିଛି ଖରାପ ଅଭ୍ୟାସ ଏମିତି ଅଛି, ଯାହା ଥିଲେ ସଫଳତା ଦୀର୍ଘ ସମୟ ଯାଏ ଟିକିରହିପାରେ ନାହିଁ। ଏହି ଅଭ୍ୟାସଗୁଡ଼ିକ ଧୀରେ ଧୀରେ ବ୍ୟକ୍ତିର ଧନ, ସମ୍ମାନ ଓ ଭବିଷ୍ୟତକୁ ନଷ୍ଟ କରିଦିଏ। ଆସନ୍ତୁ ଜାଣିବା ନୀତି ଶାସ୍ତ୍ରରେ ଉଲ୍ଲେଖିତ ସେହି ୫ଟି ଖରାପ ଅଭ୍ୟାସ ବିଷୟରେ— ୧. ଆଳସ୍ୟ ନୀତି ଶାସ୍ତ୍ରରେ ଆଳସ୍ୟକୁ ମଣିଷର ସବୁଠାରୁ ବଡ଼ ଶତ୍ରୁ ବୋଲି କୁହାଯାଇଛି। ଯେଉଁ ବ୍ୟକ୍ତି କାମକୁ ଟାଳିଥାଏ ଓ ସର୍ବଦା ଅଳସୁଆ ହୋଇ ରହେ, ଦେବୀ ଲକ୍ଷ୍ମୀ ସେମାନଙ୍କୁ କଦାପି କୃପା କରନ୍ତି ନାହିଁ। କର୍ମଶୀଳ ଓ ପରିଶ୍ରମୀ ବ୍ୟକ୍ତିଙ୍କ ଘରକୁ ହିଁ ସମୃଦ୍ଧି ଆସେ। ୨. ମଦ୍ୟପାନ ଶାସ୍ତ୍ର ଅନୁସାରେ ମଦ୍ୟପାନ ବୁଦ୍ଧିକୁ…

Read More