Author: TRUPTIMAYEE SAHOO

ଓଡ଼ିଶାରେ ନିଶାଦ୍ରବ୍ୟ ବ୍ୟବହାର ରୋକିବାକୁ ନେଇ ରାଜ୍ୟ ସରକାର ଏକ ବଡ଼ ଓ କଠୋର ପଦକ୍ଷେପ ନେଇଛନ୍ତି । ବିଡ଼ି, ସିଗାରେଟ୍, ଗୁଟଖା, ତମାଖୁ, ଖଇନି ଓ ଜର୍ଦ୍ଦା ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟକୁ ଓଡ଼ିଶାରେ ନିଷିଦ୍ଧ କରାଯାଇଛି । ଏହି ସମସ୍ତ ଉତ୍ପାଦର ଉତ୍ପାଦନ, ପ୍ୟାକେଜିଂ, ବଣ୍ଟନ ଓ ବିକ୍ରୟ ଉପରେ ସରକାର ପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସମ୍ପର୍କରେ ଏକ ଆଧିକାରିକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, ନୂଆ ନିୟମ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ଯୁବପିଢ଼ିଙ୍କୁ ଏକ ନିଶାମୁକ୍ତ, ସ୍ୱାସ୍ଥ୍ୟକର ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା । ବର୍ତ୍ତମାନ ସ୍ଥିତି ଉପରେ ନଜର ପକାଇଲେ ଦେଖାଯାଉଛି ଯେ ଯୁବପିଢ଼ି ଦିନକୁ ଦିନ ନିଶାଦ୍ରବ୍ୟର ନିକଟତର ହେଉଛନ୍ତି । ଖୁସି ହେଉ କି…

Read More