Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ କେତେକ ସମୟ ଏମିତି ଆସେ, ଯେଉଁଠାରେ ନିରବତା ମଧ୍ୟ ଗଭୀର ରାଜନୈତିକ ଅର୍ଥ ବହନ କରେ। ଶବ୍ଦ ନ ଥାଏ, ଘୋଷଣା ନ ଥାଏ, କିନ୍ତୁ ଭାବଭଙ୍ଗୀ ଦେଖିବାକୁ ମିଳିଥାଏ। ପ୍ରଶ୍ନର ରହିଛି କିନ୍ତୁ ତା’ର ଉତ୍ତର ନାହିଁ- ସବୁକିଛି ମିଶି ଏକ ଅସ୍ଥିରତାର ଚିତ୍ର ଆଙ୍କି ଦେଉଛି। ବିଜୁ ଜନତା ଦଳର ସାମ୍ପ୍ରତିକ ପଲିଟିକାଲ୍ ଆଫେୟର୍ସ କମିଟି (ପିଏସି) ବୈଠକ ଏମିତି ଏକ ଦୃଶ୍ୟର ସାକ୍ଷୀ ହୋଇଛି- ଯେଉଁଠାରେ ନବୀନଙ୍କ ହସ, ବବିଙ୍କ ନିରୁତ୍ତରତା ଓ ‘ଲିକୁ’ ନାଁର ଅଚାନକ ଉପସ୍ଥିତି ଦଳର ଭିତରୁ ଭିତରୁ ଧକ୍କା ଦେଉଛି। ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ; ରାଜନୀତିକ ମଞ୍ଚରେ ଯାହାଙ୍କୁ ‘ଲିକୁ’ ନାମରେ ଅଧିକ ଚିହ୍ନାଯାଏ- ନା ସେ ବିଜୁ ଜନତା ଦଳର ସଦସ୍ୟ, ନା ସେ ଭାରତୀୟ ଜନତା ପାର୍ଟିର। କିନ୍ତୁ ବର୍ତ୍ତମାନର ଓଡ଼ିଶା ରାଜନୀତିରେ, ବିଶେଷକରି ବିଜେଡିର ରାଜନୈତିକ ଗତିବିଧିରେ,…

Read More