Author: TRUPTIMAYEE SAHOO

କେନ୍ଦ୍ରାପଡ଼ା— ଯାହାକୁ ଦିନେ ବିଜୁ ପଟ୍ଟନାୟକଙ୍କ ‘କର୍ମଭୂମି’ ଓ ବିଜେଡିର ‘ଅପରାଜେୟ ଦୁର୍ଗ’ କୁହାଯାଉଥିଲା, ସେଠାରେ ଏବେ ଦଳ ନିଜ ଅସ୍ତିତ୍ୱ ଓ ଅନ୍ତର୍ଦ୍ୱନ୍ଦ୍ୱ ସହ ଲଢ଼ୁଛି । ନିର୍ବାଚନରେ ପରାଜୟ ପରେ ଦଳଗୁଡ଼ିକ ଦୁଇଟି ପଥ ଧରନ୍ତି—ଏକ ଆତ୍ମସମୀକ୍ଷା  ଅନ୍ୟଟି ଦୋଷ ଖୋଜା । ବିଜୁ ଜନତା ଦଳ ଗତ ୨୦୨୪ ନିର୍ବାଚନ ପରେ ଦ୍ୱିତୀୟ ପଥଟିକୁ ବେଶି ପସନ୍ଦ କରିଛି । କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭାରି ମାର୍ଜିନରେ ପରାଜୟ ପରେ ଦଳ ଭିତରେ ଯେଉଁ ଦୋଷାରୋପଣର ଖେଳ ଆରମ୍ଭ ହୋଇଥିଲା, ତାହାର କେନ୍ଦ୍ରବିନ୍ଦୁକୁ ଅଣାଟାଇଛି—ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । “ବିଶ୍ୱାସଘାତ”, “ଦଳବିରୋଧୀ କାର୍ଯ୍ୟ”, “ଭୋଟ୍ କଟାଇବା”—ଏଭଳି ଶବ୍ଦରେ ତାଙ୍କୁ ଚିହ୍ନଟ କରାଗଲା। କିନ୍ତୁ ଗୁରୁବାର ଭୁବନେଶ୍ୱରରେ ଅରବିନ୍ଦ ମହାପାତ୍ର ଯେଉଁ ପ୍ରେସ୍‌ମିଟ୍‌ କଲେ, ସେଥିରେ ସେ କେବଳ ନିଜକୁ ବଞ୍ଚାଇଲେ ତାହା ନୁହେଁ— ଦଳର ଭିତରୁ ଦୋଷ ଲୁଚାଇବା ରାଜନୀତିକୁ ପଦାରେ ପକାଇଛନ୍ତି…

Read More