Author: TRUPTIMAYEE SAHOO

ଓଡ଼ିଶା ରାଜନୀତି ଏବେ ପୁଣିଥରେ ସଂଖ୍ୟା ଖେଳରେ ପ୍ରବେଶ କରିଛି। ଭାରତୀୟ ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ସମସ୍ତଙ୍କ ଦୃଷ୍ଟି ଏବେ ଓଡ଼ିଶାର ଚାରିଟି ଆସନ ଉପରେ ରହିଛି। ବିଶେଷକରି ଚତୁର୍ଥ ଆସନ ଉପରେ କଂଗ୍ରେସ, ବିଜେଡି ଓ ବିଜେପିର ନଜର ରହିଛି ଅକ୍ତିଆର କରିବାକୁ । କାରଣ ପ୍ରଥମ ତିନିଟି ଆସନର ଗଣିତ ପ୍ରାୟ ସ୍ପଷ୍ଟ, କିନ୍ତୁ ଚତୁର୍ଥଟି ଆସନ ହେଉଛି ସେହି ସ୍ଥାନ- ଯେଉଁଠାରେ ଗଣିତ, ରଣନୀତି, ମନୋବିଜ୍ଞାନ ଓ ରାଜନୈତିକ ଚୁକ୍ତି–ଅଚୁକ୍ତି ଏକାଠି ହୋଇଯାଏ। ଏପ୍ରିଲ ୨ରେ ଓଡ଼ିଶାର ଚାରିଜଣ ରାଜ୍ୟସଭା ସାଂସଦ- ବିଜେଡିର ମୁନା ଖାନ, ନିରଞ୍ଜନ ବିଶି, ବିଜେପିର ଏବଂ ମମତା ମହାନ୍ତି, ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ମାର୍ଚ୍ଚ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ, ଦେଶର ଅନ୍ୟ ୯ଟି ରାଜ୍ୟର ୩୩ଟି ଆସନ ସହିତ ଓଡ଼ିଶାର ଏହି ଚାରିଟି ଆସନ ପାଇଁ ମଧ୍ୟ ଭୋଟ୍‍ ହେବ।…

Read More